ବରଗଡ଼ ଅଫିସ,୨୯।୯: ବରଗଡ଼ ଜିଲା ପୋଲିସ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରିଛି। ସେଥିମଧ୍ୟରୁ ମାସ୍କ ପିନ୍ଧି ନ ଥିବାରୁ ୧୧ହଜାର ୫ଶହ, ସାମାଜିକ ଦୂରତ୍ୱ ଅବମାନନା ଯୋଗୁ ୧ହଜାର ଏବଂ ମୋଟର ଭେଇକିଲ୍ ଆଇନ ଉଲ୍ଲଂଘନରେ ୯୧ ହଜାର ଟଙ୍କା ରହିଛି। ଏହା ସହିତ ୬ଟି ଅବକାରୀ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।