କୌଣସି ରୋଗ ନିରୂପଣ କରିବା ପାଇଁ କେତେକ ପରୀକ୍ଷା କରାଯାଏ। ତା’ସହ ରୋଗର ଲକ୍ଷଣ ଦେଖି ଡାକ୍ତର ତାହାର ଚିକିତ୍ସା କରିଥାଆନ୍ତି। ତେବେ ଏହି ତାଲିକାରେ ଏକ ନୂଆ ଜିନିଷକୁ ସାମିଲ କରାଯାଇଛି। ଅର୍ଥାତ୍ ଜଣେ ବ୍ୟକ୍ତିର ଆଙ୍ଗୁଠିକୁ ତର୍ଜମା କରି ରୋଗ ସମ୍ପର୍କରେ ସୂଚନା ପାଇହେବ। ଏପରି ରୋଚକ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି ସ୍ପେନ୍ର ବିଶେଷଜ୍ଞମାନେ। ଏଥିପାଇଁ ସେମାନେ ଏକ ଡିଭାଇସ୍ ପ୍ରସ୍ତୁତ କରିଥିଲେ। ଉକ୍ତ ହାଇଟେକ୍ ଡିଭାଇସ୍କୁ ହାତ ଆଙ୍ଗୁଠିରେ ବାନ୍ଧି ଦିଆଯାଏ। ତା’ପରେ ସେଥିରେ ସଂଯୋଗ କରାଯାଇଥିବା ସୂକ୍ଷ୍ମ ମେଶିନ୍ ରୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ତେବେ ଏପରି କ୍ଷେତ୍ରରେ ସଫଳତା ମିଳିଛି ବୋଲି ଏହି ବିଶେଷଜ୍ଞମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି।