ସରିଲା ମାଟ୍ରିକ୍‌ ଖାତା ମୂଲ୍ୟାୟନ : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷାଫଳ

କଟକ ଅଫିସ,୧୭ା୪: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍‌-୨ ପରୀକ୍ଷା ଖାତା ମୂଲ୍ୟାୟନ ସୋମବାର ଶେଷ ହୋଇଛି। ମେ’ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ ପାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ପ୍ରକାଶ ନିମନ୍ତେ ବୋର୍ଡ ଲକ୍ଷ୍ୟ ରଖିଛି। ସେହିପରି ସାମାଜିକ ବିଜ୍ଞାନର ବି ସେଟ୍‌ ପ୍ରଶ୍ନପତ୍ରରେ ରହିଥିବା ତ୍ରୁଟିର ସମାଧାନ ପାଇଁ ଛାତ୍ରୀଛାତ୍ରଙ୍କୁ ଗ୍ରେସ୍‌ ମାର୍କ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ମାଟ୍ରିକ୍‌, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ରାଜ୍ୟର ୩,୨୧୮ କେନ୍ଦ୍ରରେ ଗତ ମାର୍ଚ୍ଚ ୧୦ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ର

Share