Advertisement

୧୬ ବର୍ଷ ଧରି ପ୍ରେମ କରିବା ପରେ ବିବାହ କଲେ ପ୍ରଧାନମନ୍ତ୍ରୀ, ଅଛି ଗୋଟିଏ ସନ୍ତାନ

ହେଲସିନିକ୍‌,୪।୮: ବିଶ୍ୱର ସବୁଠୁ କମ୍‌ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ସନା ମାରିନ୍‌(୩୪) ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ସନା ଦୀର୍ଘ ଦିନର ପ୍ରେମିକ ମାର୍କ୍ସ ରାଇକୋନେନଙ୍କୁ ବିବାହ କରିଛନ୍ତି। ରାଇକୋନେନ୍‌ ପୂର୍ବତନ ଫୁଟବଲ୍‌ ଖେଳାଳି ଅଟନ୍ତି। ଦୁହିଁଙ୍କ ମଧ୍ୟରେ ୧୬ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ସେମାନଙ୍କର ଏକ ଅଢେଇ ବର୍ଷର ଝିଅ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିବାହର ଆୟୋଜନ ରାଜଧାନୀ ହେଲସିନିକ ସ୍ଥିତ ବାସଭବନରେ ହୋଇଥିଲା। କରୋନା ଯୋଗୁ ଏହି ବିବାହରେ ମାତ୍ର ୪୦ଜଣ ଅତିଥି ଯୋଗ ଦେଇଥିଲେ। ସନା ଇନ୍‌ଗ୍ରାମରେ ସ୍ବାମୀଙ୍କ ସହ ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି, ଶେଷରେ ପରସ୍ପର ହଁ କହିଲୁ। ମୁଁ ବହୁତ ଖୁସି। ଜୀବନରେ ସେହି ବ୍ୟକ୍ତି ସହ ସମୟ ବିତାଇବି ଯାହାକୁ ମୁଁ ପ୍ରେମ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share