ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍‌ଲାଣ୍ଡ, ସୁଇଡେନ

ବ୍ରସେଲ୍ସ, ୨୬ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପ କବ୍‌ଜା କରିବା ପରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌ ନାଟୋରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୟୁକ୍ରେନ୍‌ ଉପରେ ରୁଷିଆର ସଦ୍ୟ ଆକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏହି ଦୁଇ ଦେଶ ଏବେ ନାଟୋ ପ୍ରତି ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ମେ’ ତୃତୀୟ ସପ୍ତାହରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌ର ପ୍ରମୁଖ ଲିଡର ବୈଠକ କରି ଏ ବାବଦରେ ଆଲୋଚନା କରିବେ। ପରେ ନାଟୋରେ ସାମିଲ ହେବା ନେଇ ସେମାନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିବେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

Share