Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ

ଭୁବନେଶ୍ୱର,୬।୧୧ (ଅଭୟ ଦାଶ): ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ବୁଙ୍ଗେ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ଖାଇବା ତେଲ ‘ଫିଓନା’ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲକୁ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶାରେ କମ୍ପାନୀ ଦ୍ୱାରା ବିକଶିତ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ (ତେଲ) ବ୍ରାଣ୍ଡ୍‌ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରୁଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୁଙ୍ଗେ ଇଣ୍ଡିଆର ଏଭିପି ମାର୍କେଟିଂ ମିଲିନ୍ଦ ଆଚାର୍ଯ୍ୟ ଏବଂ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ନୂତନ ଉତ୍ପାଦକୁ ରାଜ୍ୟସ୍ତରୀୟ ଉନ୍ମୋଚନ କରିଥିଲେ।
ଅପରପକ୍ଷରେ ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲରେ ଅତ୍ୟାବଶ୍ୟକ ଭିଟାମିନ ସମୂହ ଭିଟାମିନ୍‌ ଏ, ଡି, ଇ ଓ କେ ଆଦି ବ୍ୟାପକ ପରିମାଣରେ ରହିଛି, ଏପରିକି ଉପରୋକ୍ତ ଭିଟାମିନଗୁଡ଼ିକ ଖାଉଟିଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏ ସମ୍ପର୍କରେ ବୁଙ୍ଗେ ଇଣ୍ଡିଆର ଏଭିପି ମାର୍କେଟିଂ ମିଲିନ୍ଦ ଆଚାର୍ଯ୍ୟ କହିଥିଲେ, ଆମେ ଶୀର୍ଷ ମାନର ଉପତ୍ାଦ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ, ଯାହା ଉତ୍କର୍ଷ ଏବଂ ନିରାପତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି ଏବଂ ଫିଓନା ରିଫାଇନଡ ସନ୍‌ଫ୍ଲାୱାର ଅଏଲର ବଜାର ପ୍ରବେଶ ମଧ୍ୟ ସେହି ବିଶ୍ୱାସକୁ ପ୍ରତିପାଦିତ କରୁଛି। ଉଲ୍ଲେଖଯୋଗ୍ୟ, ଫିଓନା ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ (ତେଲ) ୫୦୦ ଏମ୍‌ଏଲ୍‌, ୧ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ ଆକାରରେ ଏହା ଆସୁଛି ଏବଂ ବୁଙ୍ଗେ ଇଣ୍ଡିଆ ସମଗ୍ର ଓଡ଼ିଶାରେ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି। ସୂଚନାଯୋଗ୍ୟ, ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମାନ୍ଦାନା ଉକ୍ତ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର(ଚେହେରା) ଭାବେ ୨୦୨୧ରୁ କାର୍ଯ୍ୟ କରିଆସୁଛନ୍ତି।

Share