Categories: ଜାତୀୟ

ଉଦ୍ଧବ ଠାକରେ ଦଳର ୩ ନେତାଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୮।୧୧: ମୁମ୍ବାଇ ପୋଲିସ ଉଦ୍ଧବ ଠାକରେ ଦଳର ତିନି ନେତା ଆଦିତ୍ୟ ଠାକରେ, ସୁନୀଲ ଶିନ୍ଦେ ଏବଂ ସଚିନ ଅହିରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇର ଏନଏମ ଯୋଶୀ ପୋଲିସ ଷ୍ଟେଶନରେ ଆଇପିସିର ଧାରା ୧୪୩, ୧୪୯, ୩୨୬ ଏବଂ ୪୪୭ ଅନୁଯାୟୀ ଏହି ତିନି ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିଳାଇ ରୋଡ ବ୍ରିଜ୍‌ ଲେନ୍‌ର ଉଦ୍‌ଘାଟନ ସଂପର୍କରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

ଡିଳାଇ ରୋଡ ବ୍ରିଜ୍‌ର ଏକ ଲେନ୍‌ର ଉଦ୍‌ଘାଟନ ସଂପର୍କରେ ଶିବସେନା ଠାକରେ ଗୋଷ୍ଠୀ ନେତା ଆଦିତ୍ୟ ଠାକରେ ଏବଂ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନର ସଡ଼କ ବିଭାଗ ଦ୍ୱାରା ଏନଏମ ଯୋଶୀ ପୋଲିସ ଷ୍ଟେଶନରେ ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ମାମଲା ରୁଜୁ ହୋଇଥିଲା। କାର୍ଯ୍ୟ ଅସମ୍ପୂର୍ଣ୍ଣ, ବେଆଇନ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସତ୍ତ୍ୱେ ଆଦିତ୍ୟ ଠାକରେଙ୍କ ନେତୃତ୍ୱରେ ଦଡିଳାଇ ରୋଡର ଦ୍ୱିତୀୟ ଲେନ୍‌ ଗୁରୁବାର ଉଦ୍‌ଘାଟିତ ହୋଇଥିଲା। ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ ବର୍ତ୍ତମାନ ଏହା ବିରୋଧରେ ଆକ୍ସନ ମୋଡରେ ଅଛି।

Share