Categories: ଜାତୀୟ

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧ ଏଫଆଇଆର: କରିଥିଲେ ରାହୁଲଙ୍କର ବିବାଦୀୟ ଟୁଇଟ…

ବେଙ୍ଗାଲୁରୁ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟୁଇଟ କରି ବେଙ୍ଗାଲୁରୁର ଭାଜପା ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ମାଲବ୍ୟଙ୍କ ଟୁଇଟକୁ ନେଇ କଂଗ୍ରେସ ନେତାଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା, ଯାହା ପରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ହିନ୍ଦୁ ସଂସ୍କୃତି ଏବଂ ଭାରତ ବିରୋଧରେ ରାହୁଲଙ୍କୁ ଦେଖାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଭାଜପା ନେତା ମାଲବ୍ୟଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଭାଷଣ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା॥

କଂଗ୍ରେସ ନେତା ରମେଶ ବାବୁ ଅମିତ ମାଲବ୍ୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ କୁହାଯାଇଥିଲା ଟୁଇଟ ହୋଇଥିବା ଭିଡିଓ ସାମାଜିକ ଅନ୍ୟାୟ ବିରୁଦ୍ଧରେ ଅଟେ। ସେ ରାହୁଲ ଗାନ୍ଧୀ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟରେ ଏକ ସମ୍ପର୍କ ଦେଖାଇଛନ୍ତି। ଭିଡିଓରେ ସେ ଦର୍ଶାଇଛନ୍ତି କଂଗ୍ରେସ କେବଳ ସଂଖ୍ୟାଲଘୁଙ୍କୁ ସମର୍ଥନ କରେ।

ଅଭିଯୋଗରେ ଦର୍ଶାଯାଇଛି, ଟୁଇଟରେ ରାହୁଲ ଗାନ୍ଧୀଙ୍କ ଭାଷଣରେ ପରିବର୍ତ୍ତନ କରାଯାଇଛି ଏବଂ କୁହାଯାଇଛି ସେ ସମାଜକୁ ବିଭାଜନ କରିବାକୁ ଚାହୁଁଛନ୍ତି ଏବଂ ସମାଜରେ ଘୃଣାଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ଏହା ରାହୁଲ ଗାନ୍ଧୀ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ସମାଜ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଆମେ ଆଇନ ଅନୁଯାୟୀ ଅମିତ ମାଲବ୍ୟ ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ।

Share