ମୁମ୍ବାଇ,୧୬।୫: ବିବାଦ ଘେରରେ ଏବେ କମେଡି କୁଇନ ଭାରତୀ ସିଂହ। ମହଙ୍ଗା ପଡ଼ିଲା ଥଟ୍ଟା କରିବା। ସୋମବାର ତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଥିବା ଜଣାପଡ଼ିଛି। ଶିଖ୍ଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ଏସ୍ଜିପିସି ପକ୍ଷରୁ ଏହି ଏଫ୍ଆଇଆର ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଭାରତୀ ସିଂହ ଦାଢ଼ି ଓ ନିଶ ଉପରେ ଏକ ଥଟ୍ଟା କରିଥିଲେ। ଯାହାକୁ ନେଇ ଶିଖ୍ ସମ୍ପ୍ରଦାୟ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଦାଢ଼ି ଓ ନିଶକୁ ନେଇ ଭାରତୀଙ୍କ କମେଣ୍ଟକୁ ଜୋରଦାର ବିରୋଧ କରିଥିଲେ। ଯାହାପରେ ଭାରତୀ ହାତ ଯୋଡ଼ି ଶିଖ୍ ସମ୍ପ୍ରଦାୟଙ୍କୁ କ୍ଷମା ମାଗିଥିଲେ।