ଅଣ ସେବାୟତଙ୍କ ବିରୋଧରେ ଏଫଆଇଆର, ଆକ୍ସନ ମୋଡ୍‌ରେ ଅରବିନ୍ଦ ପାଢୀ

ପୁରୀ,୧୬।୭: ବାହୁଡା ଯାତ୍ରାରେ ରଥରେ ଚଢିଥିବା ୨ ଅଣ ସେବାୟତଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା। ଏତଲା ପରେ ଫଟୋ ଓ ଭିଡିଓ ଫୁଟେଜ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ ଡ୍ରାଇଭରେ ପୋଲିସକୁ ଫୁଟେଜ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ବାହୁଡାଯାତ୍ରା ଦିନ ୨ ଜଣ ଅଣ ସେବାୟତ ରଥକୁ ଚଢିଥିଲେ। ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ତ କର୍ମଚାରୀ ଓ ଅନ୍ୟ ଜଣେ ବେସରକାରୀ ସଂସ୍ଥାରେ ଥିବା ଜଣେ ଅଧିକାରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଂହଦ୍ୱାର ଥାନାରେ ଅଭିଯୋଗ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

Share