ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ଭିଏଚ୍ପିର ଏକ କାର୍ଯ୍ୟକ୍ରମରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସ ଆୟୋଜକଙ୍କ ବିରୋଧରେ ଏତଲା ଦାଏର କରିଛି। ପୋଲିସର ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆଇପିସିର ଧାରା ୧୮୮ରେ ମାମଲା ରୁଜୁ ହୋଇଥିବା ଡିସିପି ଆର୍. ସାଥିଆସୁନ୍ଦରମ୍ କହିଛନ୍ତି। ଭିଏଚ୍ପି ସମେତ କେତେକ ହିନ୍ଦୁ ଅଧିକାର ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭାଜପା ଏମ୍ପି ପର୍ଭେଶ ସାହିବ ସିଂ ବର୍ମା ମୁସଲମାନଙ୍କୁ ଲକ୍ଷ୍ୟ କରି ସମ୍ପୂର୍ଣ୍ଣ ବୟକଟ୍ ଆହ୍ବାନ ଦେଇ ବିବାଦକୁ ବଢ଼ାଇ ଦେଇଛନ୍ତି। ତାଙ୍କର ମୁସଲମାନ ବିରୋଧୀ ଘୃଣିତ ବକୃତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।