ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ପୋଲିସ ମୁତାବକ,ସପନାଙ୍କ ନାଁରେ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସେ ଷ୍ଟେଜ୍‌ ଶୋ’ ପାଇଁ ଏକ ପିଆର୍‌ କମ୍ପାନୀଠାରୁ ଟଙ୍କା ନେଇଥିଲେ। କିନ୍ତୁ ଏହି ଶୋ’ କରି ନ ଥିଲେ। ଫଳରେ କମ୍ପାନୀ ପକ୍ଷରୁ ପୋଲିସ ସହାୟତା ନିଆଯାଇଥିଲା। ସପନାଙ୍କ ନାଁରେ ଧାରା ୪୨୦, ୧୨୦ ଏବଂ ୪୦୬ରେ ମାମଲା ରୁଜୁ କରାଯାଇଛି।

Share