Categories: ଜାତୀୟ

ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍‌ସି ଏମ୍‌ପି

କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) କଲ୍ୟାଣ ବାନାର୍ଜୀଙ୍କ ନାଁରେ ଏଫ୍‌ଆଇଆର୍ ଦେଇଛି । ସୂଚନାଯୋଗ୍ୟ, ଏକ ଭାଇରାଲ ଭିଡିଓରେ କଲ୍ୟାଣ କହୁଥିବା ଦେଖାଯାଇଛି ଯେ, ଦେବୀ ସୀତା ଭଗବାନ ରାମଙ୍କୁ କହିଥିଲେ ଭଲ ହୋଇଛି ରାବଣ ଦ୍ୱାରା ମୋତେ ଅପହରଣ କରାଯାଇଥିଲା, ତାଙ୍କ ଅନୁଗାମୀଙ୍କ ଦ୍ୱାରା ନୁହେଁ । ନଚେତ୍ ମୋର ଭାଗ୍ୟ ହାଥରସ ଭଳି ହୋଇଥାଆନ୍ତା । ଏହାପରେ ଏବେ ଏହି ଭାଇରାଲ ଭିଡିଓକୁ ନେଇ ରାଜନୀତି ହେଲାଣି ସରଗରମ । ଭାଜପା କହିଛି କଲ୍ୟାଣ ବାନାର୍ଜୀ ଦେବି ସୀତାଙ୍କୁ ନେଇ ଅପମାନଜନକ ଟିପ୍ପଣି ଦେଇଛନ୍ତି । ଏନେଇ ହାୱଡାର ଗୋଲାବାଡି ଥାନାରେ ଏକ ଏଫ୍‌ଆଇଆର୍ ଦିଆଯାଇଛି । ଏମ୍‌ପିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Share