କରାଚୀ, ୨୧।୧୨ : ପାକିସ୍ତାନ ଟେଷ୍ଟ ଲେଗ୍ ସ୍ପିନର ୟାସିର ଶାହା ଓ ତାଙ୍କର ଜଣେ ସାଙ୍ଗଙ୍କ ବିରୋଧରେ ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଏବଂ ଧମକାଇଥିବା ଅଭିଯୋଗ ହୋଇଛି। ଏ ନେଇ ଲାହୋରର ଶାଲିମାର ଥାନାରେ ମାମଲା ରୁଜୁ ହୋଇଛି। ତେବେ ଅଭିଯୋଗ ଉପରେ ପାକିସ୍ତାନୀ କ୍ରିକେଟର କୌଣସି ସ୍ପଷ୍ଟି କରଣ ଦେଇ ନାହାନ୍ତି।
ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ୟାସିରଙ୍କ ସାଙ୍ଗ ଫର୍ହାନ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ବଳାତ୍କାର କରିଥିଲେ। ତା’ପରେ ଫର୍ହାନ ମୁହଁ ଖୋଲିଲେ ଭିଡିଓ ଭାଇରାଲ ଧମକ ଦେଉଥିଲେ। ସାହାଯ୍ୟ ପାଇଁ ୟାସିରଙ୍କୁ ହ୍ବାଟ୍ସଆପ୍ ମେସେଜ କରିବାରୁ ସେ ମଜାକ ଉଡାଇବା ସହ ପରାମର୍ଶ ଦେଇଥିଲେ ଚୁପ ରହିବାକୁ। ଥାନାକୁ ଆସିଲା ବେଳେ ୟାସିର ତାଙ୍କୁ ଏକ ଫ୍ଲାଟ ସହ ମାସକୁ ଖର୍ଚ୍ଚ ପାଇଁ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ବୋଲି ପୀଡ଼ିତା ଦାବି କରିଛନ୍ତି।