ବମ୍ବେ: ବଳାତ୍କାର ମାମଲାରେ ଫସିଛନ୍ତି ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବଡିଗାର୍ଡ। ପେସାରେ ବ୍ୟୁଟିସିଆନ୍ ଥିବା ଜଣେ ୩୦ ବର୍ଷୀୟ ଜଣେ ଯୁବତୀ ତାଙ୍କ ବିରୋଧରେ ଡିଏନ୍ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା। ଆଠ ବର୍ଷ ଧରି ପରସ୍ପରକୁ ସେମାନେ ଜାଣିଥିଲେ। ଉଭୟ ଲିଭ୍-ଇନ୍ ରିଲେସନଶିପ୍ରେ ରହୁଥିଲେ। କାରଣ କୁମାର ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ନିମନ୍ତେ ଯୁବତୀ ମନା କରି ଆସୁଥିଲେ। ହେଲେ କୁମାର ତାହା ନ ଶୁଣି ଯୌନ ଶୋଷଣ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏହାଛଡ଼ା କୁମାର ତାଙ୍କଠାରୁ ୫୦ ହଜାର ଟଙ୍କା ମଧ୍ୟ ନେଇଛନ୍ତି। ମା’ ଅସୁସ୍ଥ ଅଛନ୍ତି କହି ଗାଁକୁ ଫେରିଯିବା ପରଠାରୁ ସେ ଫୋନ୍ ଉଠାଉ ନ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାପରେ ବମ୍ବେ ପୋଲିସ ୩୭୬,୩୭୭ ଏବଂ ୪୨୦ ଧାରା ଅନୁଯାୟୀ ମାମଲା ଦାୟର କରିଛି।