Categories: ରାଜ୍ୟ

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ଛାତ୍ର କଂଗ୍ରେସ ଥାନାରେ ମାମଲା ରୁଜୁ କରିଛି।

ଅଭିଯୋଗନୁସାରେ, ସୋସିଆଲ ମିଡିଆରେ ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି । ବୁଦ୍ଧାଦିତ୍ୟ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ରାହୁଲ ଗାନ୍ଧୀ ପରବର୍ତ୍ତୀ ଟାର୍ଗେଟ ବୋଲି ଲେଖିଥିବା କ୍ୟାପିଟାଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି, ଯଦିଓ ବୁଦ୍ଧାଦିତ୍ୟ ପୋଷ୍ଟ ଡିଲିଟ କରିଛନ୍ତି କିନ୍ତୁ ଆମେ ଚାହୁଁଛୁ ସେ ଯେଉଁଭଳି ଭୁଲ ପୋଷ୍ଟ କରିଥିଲେ ସେଭଳି ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ l ନହେଲେ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି । ସେପଟେ ବୁଦ୍ଧାଦିତ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ ଭୁଲ ଅର୍ଥରେ ନେଇଛନ୍ତି କଂଗ୍ରେସ କର୍ମୀ ।

Share