Categories: ଜାତୀୟ

ଆରଏସଏସ କାର୍ଯ୍ୟାଳୟ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୭।୫: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ)ର କାର୍ଯ୍ୟାଳୟକୁ ବୋମା ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଭଳି ଧମକ ମିଳିବା ପରେ ଲକ୍ଷ୍ନୌରେ ଏକ ମାମଲା ରୁଜୁ ହୋଇଛି। ୟୁନିୟନ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଅଭିଯୋଗରେ ଲକ୍ଷ୍ନୌର ମାଦିଆ ପୋଲିସ ଷ୍ଟେଶନରେ ଏହି ଏକ ମାମଲା ରୁଜୁ ହୋଇଛି। ଏଥିରେ କୁହାଯାଇଛି ଯେ, ହ୍ବାଟସଆପ ମାଧ୍ୟମରେ ସୋମବାର ରାତି ୮ ଟା ସମୟରେ ଲକ୍ଷ୍ନୌ ଏବଂ ଉନ୍ନାଓର ୟୁନିଅନ କାର୍ଯ୍ୟାଳୟକୁ ବିସ୍ଫୋରଣ କରିବାର ଧମକ ଦିଆଯାଇଛି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମା ଏବେ ସର୍ବଦଳୀୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଏପରିି ଧମକ ଦିଆଯାଇଛି।

Share