Categories: ଜାତୀୟ

ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା ୨ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌

ଭୋପାଳ,୧୭ ।୧୨: ମଧ୍ୟପ୍ରଦେଶର ରତଲାମରେ ପୋଲିସ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଟିପ୍ପଣି କରିଥିବା ୨ ଜଣ ବ୍ୟକ୍ତିଙ୍କ ନାଁରେ ଏଫ୍‌ଆଇଆର୍ ଦେଇଛି । ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ ଓ ୫୦୪ ଅନୁଯାୟୀ ଏଫ୍‌ଆଇଆର୍ ଦିଆଯାଇଛି । ଅଭିଯୋଗ ହେଉଛି ୨ଯୁବକ ସୋସିଆଲ ମିଡିଆ ଓ ହ୍ୱାଟସ୍ ଆପରେ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ପୋଷ୍ଟ କରିଥିଲେ । ସୂଚନାଯୋଗ୍ୟ, ଏହାପୂର୍ବରୁ ରାଜସ୍ଥାନରୁ ମଧ୍ୟ ଏଭଳି ପୋଷ୍ଟ କରିଥିବା ୨ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ଦେଶବାସୀଙ୍କ ପାଇଁ ଏକ ଦୁଃଖଦ ଖବର ହୋଇଥିଲା ।

Share