Posted inଜାତୀୟ

‘ମୋଦି, ଅଶ୍ୱିନୀଙ୍କ ନଁ।ରେ ଏଫ୍‌ଆଇଆର୍‌ ହେଉ’

ନୂଆଦିଲ୍ଲୀ,୮ା୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ କଂଗ୍ରେସ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟୀ କରିଛି। ଏଥିସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି।
କଂଗ୍ରେସ ମୁଖପାତ୍ର ଅଜୟ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ଷଡ଼ଯନ୍ତ୍ର ରହିଛି। ଏହି ଭୟଙ୍କର ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ଡ୍ରାମା କରୁଛନ୍ତି। ଏଥିପାଇଁ ତାଙ୍କୁ ଓସ୍କାର ପୁରସ୍କାର ଦିଆଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଆମତ୍ଘାତୀ କାର୍ଯ୍ୟରେ ସାମିଲ ଅଛନ୍ତି। ଦୁହିଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଉ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଶ୍ୱିନୀ ଓ ତାଙ୍କ ସରକାର ବିରୋଧରେ ତଦନ୍ତ କରିବା ଉଚିତ। ସରକାର ହେଡ୍‌ଲାଇନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟତୀତ କିଛି କରୁନାହାନ୍ତି। ଦୁର୍ଘଟଣା ପାଇଁ ଦାୟୀ ମନ୍ତ୍ରୀଙ୍କୁ କେନ୍ଦ୍ର ସୁରକ୍ଷା ଦେଉଛି। ଭଗବାନ ଭରସାରେ ରେଲଓ୍ବେ ଚାଲିଛି। ସିବିଆଇ ଏଫ୍‌ଆଇଆର୍‌ରେ ଆମତ୍ଘାତୀ କାର୍ଯ୍ୟ ଯୋଗୁ ଦୁର୍ଘଟଣା ଘଟିଥିବା ବିଷୟ ଉଲ୍ଲେଖ କରାଯାଇ ନାହିଁ। ନିଜ ଅପାରଗତାରୁ ଦୃଷ୍ଟି ହଟାଇବା ପାଇଁ ସରକାର ସାବୋଟେଜ୍‌ ଥିଓରିକୁ ଆପଣାଇଛନ୍ତି ବୋଲି ଅଜୟ ସମାଲୋଚନା କରିଛନ୍ତି। ଗତ ୪ ବର୍ଷରେ ୧, ୧୨୯ ଥର ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ସେଗୁଡ଼ିକର ସିବିଆଇ ତଦନ୍ତ କାହିଁକି କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରେଳମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ। ଏଥିପାଇଁ ଦାୟୀ ମନ୍ତ୍ରୀ ଓ ଅନ୍ୟମାନଙ୍କ ଉତ୍ତରଦାୟିତ୍ୱ ସ୍ଥିର କରାଗଲେ ମୃତକଙ୍କ ପରିବାର ନ୍ୟାୟ ପାଇପାରିବେ। ଗତ ୯ ବର୍ଷରେ ମୋଦି ସରକାର ରେଳ ମନ୍ତ୍ରଣାଳୟକୁ ତ୍ୟାଗ କରିଦେଇଥିଲେ। ଏହାର ପରିଣାମସ୍ବରୂପ ଦେଶ ବର୍ତ୍ତମାନ ଦୁର୍ଦ୍ଦଶା ଭୋଗୁଛି ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ସେହିପରି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ଝାଡ଼ଖଣ୍ଡରେ ଚମତ୍କାର ଭାବେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ନେଇ ଏକ ଖବରକୁ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟରରେ ଶେୟାର କରିଛନ୍ତି। ସେ କହିଛନ୍ତି, ଏହା ଉପରେ ବି ସିବିଆଇ ତଦନ୍ତ କରିବ ନା ଭାରତୀୟ ରେଳପଥର ସୁରକ୍ଷାରେ କିଛି ଗମ୍ଭୀର ଭୁଲ୍‌ ରହିଥିବା ବିଷୟ ମୋଦି ସରକାର ସ୍ବୀକାର କରିବେ ବୋଲି ଜୟରାମ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରୀୟ ରେଳ ସଂରକ୍ଷକ (ଆର୍‌ଆର୍‌ଏସ୍‌କେ) ପାଣ୍ଠିକୁ ଅଣଜରୁରୀ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥିବା ନେଇ ୨୦୨୧ ମାର୍ଚ୍ଚରେ କମ୍ଫଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଦେଇଥିବା ରିପୋର୍ଟର ମଧ୍ୟ ସେ ଅବତାରଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

ପପୁ ଯାଦବଙ୍କୁ ହତ୍ୟା ଧମକ

ପାଟନା,୨୮।୧୦: ବିହାର ପୁର୍ନିଆର ସ୍ବାଧିନ ଏମପି ପପୁ ଯାଦବଙ୍କୁ ହତ୍ୟା ଧମକ ଦିଆଯାଇଛି। ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ...

‘ହିଜାବ ନ ପିନ୍ଧିବାରୁ ହେଉଛି ବଳାତ୍କାର, କୋଲକାତାରେ ତ…,’ JMI ଛାତ୍ରୀଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଭିଯୋଗ ହୋଇଛି ଯେ ଜଣେ ଛାତ୍ରୀଙ୍କ ଉପରେ ଇସଲାମ ଧର୍ମ...

ମୋଦିଙ୍କ ରୋଡ ଶୋ’ରେ ସାମିଲ ହେଲେ ସ୍ପେନ ପ୍ରଧାନମନ୍ତ୍ରୀ

ଭଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ରାଜ୍ୟ ତଥା ଦେଶକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri