ସେବାୟତଙ୍କ ବେଶରେ ରଥରେ ଚଢ଼ିଥିଲେ ଏହି ୨ ଅଧିକାରୀ

ପୁରୀ,୧୫।୭: ସେବାୟତ ବେଶରେ ଅଣସେବାୟତ ରଥରେ ଚଢ଼ିବା ଘଟଣାରେ ୨ଜଣଙ୍କ ନାଁରେ ଏତଲା ହୋଇଛି। ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଉଭୟ ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ଅଣସେବାୟତ ଚଢ଼ିବା ଅଭିଯୋଗ ହୋଇଥିଲା । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଚଢ଼ିଥିବା ବେଳେ ଏହାଛଡ଼ା ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି ଚଢିଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ଉଭୟ ପ୍ରସନ୍ନ ବେଉରା ଓ ଅନିଲ ବରଖେଡିଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା ଦେଇଛି ।