କଳା ନିର୍ଦ୍ଦେଶକ ନିତିନ ଆତ୍ମହତ୍ୟା ମାମଲା: ୫ଜଣଙ୍କ ମିରୋଧରେ ମାମଲା ରୁଜୁ କଲା ପୋଲିସ

ମୁମ୍ବାଇ: ଫିଲ୍ମ ଦୁନିଆର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟାରେ ଅଭିନୟ ଜଗତ ସମେତ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ସେ ନିଜ ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟକା ଲାଗିଥିଲା। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିତିନ ୨୫୨ କୋଟି ଟଙ୍କାର ଋଣ ନେଇଥିଲେ ଯାହାକୁ ସେ ପରିଶୋଧ କରିପାରି ନ ଥିଲେ। ତେବେ ଆତ୍ମହତ୍ୟା ମାମଲାରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି ଯେଉଁଥିରେ ଦୁଇଟି ଫାଇନାନ୍ସ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ପୋଲିସ ଶୁକ୍ରବାର ଦିନ ଇସିଏଲ ଫାଇନାନ୍ସ ଏବଂ ଏଡେଲବାଇସ ଗ୍ରୁପର ଅଧିକାରୀଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

Share