Categories: ଜାତୀୟ

ଲୋକ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୭।୭: ମଧ୍ୟ ପ୍ରଦେଶର ସିଧି ଜିଲାରେ ହୋଇଥିବା ପରିସ୍ରା ମାମଲାର ବିବାଦ ଥମିବାର ନାଁ ନେଉନାହିଁ। ଭୋପାଳ ଏବଂ ଇନ୍ଦୋର ପୋଲିସ ଷ୍ଟେଶନରେ ଲୋକ ଗାୟିକ ନେହା ସିଂ ରାଠୋରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପରିସ୍ରା ଘଟଣା ସମ୍ପର୍କରେ ନେହା ସିଂ ରାଠୋର ଏକ ଟୁଇଟ କରିଥିଲେ। ଏହି ଟୁଇଟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୋପାଳର ହବିବଗଞ୍ଜ ପୋଲିସ ଷ୍ଟେଶନରେ ନେହା ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଭାରତୀୟ ଜନତା ପାର୍ଟି(ଭାଜପା)ର ଲିଗାଲ ସେଲର ମହାନଗର ନିଗମ ଆଡଭୋକେଟ ନିମେଶ ପାଠକ ଇନ୍ଦୋର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ନେହା ରାଠୋରଙ୍କ ଟୁଇଟକୁ ଆପତ୍ତିଜନକ ଏବଂ ଭାବନାପ୍ରତି ଆଘାତ ପହଞ୍ଚାଇବା କଥା କହିଛନ୍ତି।
ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ଲୋକ ଗାୟିକା ଟୁଇଟ କରି କହିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ ପରିସ୍ରା ମାମଲାକୁ ସମାଲୋଚନା କରି ମୋ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ସିଧାସଳଖ ପରିସ୍ରା ଘଟଣା ସମ୍ପର୍କରେ ସେଏକ ଟୁଇଟ କରିଥିଲେ। ତାଙ୍କ ଟୁଇଟକୁ ନେଇ ବିବାଦ ପରେ ନେହାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଟୁଇଟରେ ଆରଏସଏସ ଡ୍ରେସ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କ ସାମ୍ନାରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ପରିସ୍ରା କରୁଥିବା ଦେଖାଯାଇଛି।
ଏହି ସମୟରେ ଭୋପାଳର କମଲା ନଗର ପୋଲିସ ଷ୍ଟେଶନର ଏସଏଚଓ ଅନିଲ ବାଜପେୟି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଜାତୀୟ ପତାକାକୁ ଅପମାନିତ କରିଥିବା ଜଣେ ଟୁଇଟର ବ୍ୟବହାରକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ପରିସ୍ରା ଘଟଣାର ଭିଡିଓରେ ଭାରତର ମାନଚିତ୍ର ଏବଂ ଜାତୀୟ ପତାକା ଲଗାଇଥିଲେ।

 

Share