Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ଇନ୍ଦୋର,୯।୭: ଇନ୍ଦୋରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ଦ୍ୱିତୀୟ ସଂଘଚାଳକ ମାଧବ ସଦାସିବରାଓ ଗୋଲୱାଲକରଙ୍କ ବିଷୟରେ ଦିଗବିଜୟ ଏକ ଟୁଇଟ କରିଥିଲେ। ବିଚାରପତି ରାଜେଶ ଯୋଶୀ ଶନିବାର ବିଳମ୍ବିତ ରାତିରେ ଟୁକୁଗଞ୍ଜ ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରିଥିଲେ। ଓକିଲଙ୍କ ଅଭିଯୋଗ ଅନୁଯାୟୀ, ଗୋଲୱାଲକରଙ୍କୁ ସୋସିଆଲ ମିଡିଆରେ ଦିଆଯାଇଥିବା ପୋଷ୍ଟରେ ଦଳିତ ଏବଂ ମୁସଲମାନ ବିରୋଧୀ ବୋଲି ବର୍ଣ୍ଣନା କରାଯାଇଥିଲା, ଯାହାକି ମିଥ୍ୟା ଅଟେ।
ଦିଗବିଜୟ ଟୁଇଟରରେ ଗୋଲୱାଲକରଙ୍କ ଫଟୋ ସହିତ ଏକ ବାର୍ତ୍ତା ପୋଷ୍ଟ କରିଥିଲେ। ରାଜେଶ ଯୋଶୀ ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରି ଗୋଲୱାଲକରଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ଦିଗବିଜୟଙ୍କ ବିରୋଧରେ ଧାରା ୧୫୩ଏ, ୪୬୯, ୫୦୦ ଏବଂ ୫୦୫ ଆଇପିସି ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି। ରାଜେଶ ଯୋଶୀ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ବିଚାରପତି ଅଟନ୍ତି।

Share