ବେନିନର ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ, ୨୦ ଗୁରୁତର ଆହତ…

ଆବୁଜା,୨୪।୯ : ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନାନୁସାରେ ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା।

ନିଆଁ ଲାଗିବା ପରେ  ଧୂଆଁ ବାହାରିଥିବାର ଦେଖାଯାଇଥିଲା। ଜଣେ ସରକାରୀ ଅଧିକାରୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ଧେଶ୍ୟରେ ଖବର ଏଜେନ୍ସି କହିଛନ୍ତି ଅଗ୍ନିକାଣ୍ଡରେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।

ଇନ୍ଧନ ଗୋଦାମରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ। ଏହି ସମୟରେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା।

ସୂଚନାଯୋଗ୍ୟ ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ। ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା। ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେଶନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ। ଜଣେ ମନ୍ତ୍ରୀଙ୍କ କହିବାନୁସାରେ, ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବେନିନର ଆଭ୍ୟନ୍ତରୀଣ ମନ୍ତ୍ରୀ ଆଲାସାନେ ସେଡୋ କହିଛନ୍ତି ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଏହି ଅଗ୍ନିକାଣ୍ଡ କିପରି ଘଟିଲା ସେ ସମ୍ବନ୍ଧରେ ବିସ୍ତୃତ ସୂଚନା ଦିଆଯାଇ ନାହିଁ। ଅଧିକାରୀ କହିଛନ୍ତି ଇନ୍ଧନରେ ବିସ୍ଫୋରଣ ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

 

Share