Categories: ଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିଆଁ

ନୂଆଦିଲ୍ଲୀ,୧୭।୭: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଛି। ସୋମବାର ସକାଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଜଣେ କୋଚର ବ୍ୟାଟେରୀ ବାକ୍ସରେ ନିଆଁ ଲାଗିଯାଇଥିଲା। କୋଚରେ ୨୦-୨୨ ଜଣ ଯାତ୍ରୀ ଥିଲେ ଏବଂ ସେମାନଙ୍କୁ ତୁରନ୍ତ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଥିଲା। ଅଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ।ି ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି,କିଛି ରେଳ କର୍ମଚାରୀ ସକାଳ ପ୍ରାୟ ୬.୪୫ରେ ସି-୧୨ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଦେଖିଥିଲେ। ଏହାପରେ ବନ୍ଦେ ଭାରତ ଟ୍ରେନକୁ ବିଦିଶା ଜିଲ୍ଲାର କୁରୱାଇ ଏବଂ କ୍ୟାଥୋରା ଷ୍ଟେଶନ ମଧ୍ୟରେ ତୁରନ୍ତ ଅଟକି ଯାଇଥିଲା। ନିଆଁକୁ ତୁରନ୍ତ ନିୟନ୍ତ୍ରଣକୁ ନିଆଯାଇଥିବା କୁହାଯାଉଛି।

Share