ବ୍ରହ୍ମପୁର ଅଫିସ,୧୪ା୫: ଅଳିଆଗଦାରୁ ଅଗ୍ନିକାଣ୍ଡ ଘଟି ରବିବାର ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ) ଗୋଦାମରେ ମହଜୁଦ ଥିବା ଲକ୍ଷାଧିକ ଟଙ୍କାର ପାଇପ୍ ପୋଡି ନଷ୍ଟ ହୋଇଯାଇଛି।
ମିଳିଥିବା ସୂଚନାମୁତାବକ, ବୈକୁଣ୍ଠନଗର ନିକଟରେ ବିଏସ୍ଏନ୍ଏଲ୍ର କେବଲ ଓ ପାଇପ୍ ଗୋଦାମ ରହିଛି। ରବିବାର ଉକ୍ତ ଗୋଦାମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗୋଦାମ ନିକଟରେ ଥିବା ଅଳିଆ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ଗୋଦାମ ଭିତରେ ମହଜୁଦ ଥିବା ପାଇପ୍ ଓ କେବଲରେ ନିଆଁ ଲାଗି ଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୧୦ ଲକ୍ଷ ଟଙ୍କାର ପାଇପ୍ ପୋଡ଼଼ି ନଷ୍ଟ ହୋଇଯାଇଛି।