କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮ କରୋନା ଆକ୍ରାନ୍ତ ମୃତ

ଅହମଦାବାଦ, ୬।୮: ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚିକିତ୍ସିତ ହେଉଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ସ୍ଥାନୀୟ ନବରଙ୍ଗପୁରା ଶ୍ରେୟ ହସ୍ପିଟାଲରେ ଅଭଳି ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୦ ଜଣ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅହମଦାବାଦ ମେୟରଙ୍କ ସହିତ ଆଲୋଚନା କରି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କହିଛନ୍ତି। କିଭଳି ଅଗ୍ନିକାଣ୍ଡ ଲାଗିଲା ତାହାର ତଦନ୍ତ ଜାରି ରହିଛି। ତେବେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

Share