କୋଭିଡ୍‌ ହସ୍ପିଟାଲରେ ନିଅଁ।: ୫ ମୃତ

ରାୟପୁର, ୧୯ା୪: ଛତିଶଗଡ଼ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେଠାରେ ପ୍ରାୟ ୩୦ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିଲା। ଘଟଣାର ତଦନ୍ତ ପାଇଁ ରାୟପୁର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ବ୍ୟକ୍ତ କରିବାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

Share