Categories: ଜାତୀୟ

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୭ା୮: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି। ଏମ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ନିଆଁ ଲାଗିଛି। ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ଦିଲ୍ଲୀ ଅଗ୍ନିଶମ ସେବା କହିଛି, ନିଆଁ ଲିଭାଇବା ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

Share