ବୁଗୁଡ଼ା,୭ା୧(ଡି.ଏନ୍.ଏ.)- ବୁଗୁଡ଼ା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଶର୍ଟସର୍କିଟରୁ ନିଅଁା ଲାଗି ୪ ଲକ୍ଷ ଟଙ୍କାର ଏକ ଜେନେରେଟର ଜଳି ଯାଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ସବୁଦିନ ଭଳି ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସାଢ଼େ ୧୦ଟାରେ ବିଦ୍ୟୁତ୍ କାଟ ଯୋଗୁ ଜେନେରେଟର ଚାଲୁ କରାଯାଇଥିଲା। ଚାଲୁ ହେବାରୁ ପ୍ରାୟ ୨ ମିନିଟ ପରେ ହଠାତ୍ ଜଳିବାକୁ ଆରମ୍ଭ କରିଥିଲା। ନିଆଁଦେଖି ବ୍ୟାଙ୍କ ମଧ୍ୟରେ ଥିବା ଗ୍ରାହକ ଓ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ବୁଗୁଡ଼ା ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବାରୁ କୋଟି କୋଟି ଟଙ୍କାର କ୍ଷୟକ୍ଷତିରୁ ବର୍ତ୍ତିଗଲୁ ବୋଲି ଶାଖା ପରିଚାଳକ ଶୁଭେନ୍ଦୁ କୁମାର ନାୟକ କହିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୨ରୁ ୩ ଘଣ୍ଟା ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।