ହଳଦିଆ,୨୧।୧୨- ପଶ୍ଚିମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍ ଅଏଲ୍ ରିଫାଇନାରିରେ ମଙ୍ଗଳବାର ଅପରାହ୍ନ ୩ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪ ଆହତ ହୋଇଛନ୍ତି।
ବିଶୋଧନାଗାର ବନ୍ଦ କରାଯାଉଥିବାବେଳେ ଫ୍ଲାଶ୍ ଫାୟାର ଯୋଗୁ ନିଆଁ ଲାଗିଥିଲ। ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ (ଆଇଓସି) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି
ପରେ ନିଆଁକୁ ଆୟତ୍ତ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଛି। ୪୪ ଆହତଙ୍କ ମଧ୍ୟରୁ ୩୭ ଜଣଙ୍କୁ ଗ୍ରୀନ୍ କରିଡରରେ କୋଲକାତାସ୍ଥିତ ଏକ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ (ଆଇଓସି) ପକ୍ଷରୁ କୁହାଯାଇଛି। ଘଟଣା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।