ଭୁବନେଶ୍ୱର,୩।୧୦: ରାଜଧାନୀରେ ଥିବା ଲୋକସେବା ଭବନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ପ୍ରଥମ ମହଲାରେ ରାଜସ୍ବ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ନିଆଁ ଲାଗିବାର କୌଣସି କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଶର୍ଟଶର୍ସିଟରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷେ ନିଆଁର ପ୍ରଭାବରେ ପରିବେଶ ଧୂଆଁମୟ ହୋଇ ଯାଇଛି।