ପାରାଦୀପ ଗଡ ସବଷ୍ଟେସନରେ ଅଗ୍ନିକାଣ୍ଡ

ପାରାଦୀପ,୧୮।୩(ସ୍ବ.ପ୍ର.): ପାରାଦୀପଗଡ଼ ଠାରେ ଥିବା ୧୩୨ କେଭି ସବଷ୍ଟେଶନରେ ଶୁକ୍ରବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୌଭାଗ୍ୟ ବଶତଃ ଏଥିରେ କେହେି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଗାଡ଼ି ଏବଂ ପିପିଏଲ୍‌ ଇଫକୋ କମ୍ପାନୀ ନିଆଁଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲେ। ବନ୍ଦର ଅଗ୍ନିଶମ ବିଭାଗର କମାଣ୍ଡାଣ୍ଟ ଜି କୁମାର ସୂଚନା ଦେଇଥିଲେ ଯେ, ଉକ୍ତ ସବଷ୍ଟେସନ ପୁରୁଣା ଥିବାରୁ ଏପରି ହୋଇ ଥାଇ ପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।