କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗୁରୁତର ରୋଗୀଙ୍କୁ ୧୫ଟି ଆମ୍ବୁଲାନ୍ସ ଯୋଗେ ଅଶ୍ୱିନ ହସ୍ପିଟାଲ ଏବଂ ଭେଣ୍ଟିଲେଟର ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ବାକି ରୋଗୀଙ୍କୁ ମୋ ବସ୍ ଜରିଆରେ ଅନ୍ୟାନ୍ୟ ହସ୍ପିଟାଲକୁ ପଠାଯାଇଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି। ତେବେ ଏସିରୁ ନିଆଁ ଲାଗିଥିବା ସଦ୍ଗୁରୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଘଟଣାସ୍ଥଳରେ ଜିଲାପାଳ, ଚିଫ୍ ଫାୟାର ଅଫିସର, ଡିସିପି ଏବଂ ସିଏମ୍ସି କମିଶନର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି।