Categories: ଜାତୀୟ

ଜୋତା କାରଖାନାରେ ଅଗ୍ନିକାଣ୍ଡ

ଭୋପାଳ,୨୪ା୯: ଶନିବାର ମଧ୍ୟପ୍ରଦେଶର ଗ୍ବାଲିଅରର ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ଆଜି ଅପରାହ୍ନରେ ତାନସେନ ନଗରରେ ପ୍ଲାଷ୍ଟିକ ଜୋତା ଉତ୍ପାଦନ କରୁଥିବା ଏକ ୟୁନିଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ (ଏଡିଏମ) ଇଚିତ୍‌ ଗଡପାଲେ କହିଛନ୍ତି।
ମ୍ୟୁନିସିପାଲିଟି କର୍ପୋରେଶନର ଅଗ୍ନିଶମ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ଜରୁରିକାଳୀନ ମୁକାବିଲା ଫୋର୍ସ (SDERF) ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କାରଖାନା ଭିତରେ ଫସି ରହିଥିବା ୩୦ କର୍ମଚାରୀଙ୍କୁ ସ୍ଥାନାନ୍ତର କରିଥିବା ସେ କହିଛନ୍ତି।
ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସେ କହିଛନ୍ତି।
ଅଗ୍ନିକାଣ୍ଡର କାରଣ ଜାଣିବା ଏବଂ କାରଖାନାର କ୍ଷୟକ୍ଷତିର ଆକଳନ ପାଇଁ ଅନୁସନ୍ଧାନ ଚାଲିଥିବା ଅଧିକାରୀ କହିଛନ୍ତି।

Share