ଢେଙ୍କାନାଳ ଅଫିସ,୭ା୩: ଢେଙ୍କାନାଳ ସହରସ୍ଥିତ ରାଜବାଟି ପଛ ପାଖରେ ଥିବା ପାଣିଓହଳା ପାହାଡ଼ ପାଦଦେଶ ଜଙ୍ଗଲରେ ସୋମବାର ଅପରାହ୍ନ ୫ଟାରେ ନିଆଁ ଲାଗି ଜଙ୍ଗଲ ଭିତରକୁ ବ୍ୟାପି ଯାଇଥିଲା। ନିଆଁ ଧାସରେ ଜଙ୍ଗଲ ନିକଟରେ ଥିବା ଜନବସତି ଅଞ୍ଚଳରେ ଧୂଆଁ ଓ ଗରମ ପବନ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ଖବରପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇବା ପରେ ମଧ୍ୟ ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ କେହି ପହଞ୍ଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।