Categories: ମେଟ୍ରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨ା୬(ସୂର୍ଯ୍ୟକାନ୍ତ ବେହେରା): ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର କାର୍ଯ୍ୟାଳୟ କକ୍ଷରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ କିଛି ଅଫିସ କାଗଜପତ୍ର ଏବଂ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Share