ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରର ଏକ ଫଳ ଦୋକାନ ପଛ ପାଶ୍ୱର୍ର୍ରେ ଗଦା ହୋଇଥିବା ଆବର୍ଜନାରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଦୋକାନକୁ ନିଆଁ ବ୍ୟାପିବା ଆଗରୁ ସ୍ଥାନୀୟ ଦୋକାନୀମାନେ ପାଣି ଢାଳି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଫଳରେ ଏକ ବଡ଼ଧରଣର ଦୁର୍ଘଟଣାରୁ ଶହେରୁ ଊର୍ଦ୍ଧ୍ୱ ଦୋକାନଘର ବଞ୍ଚିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଖଣ୍ଡିଆ ସିଗାରେଟ ପକାଇବାରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଆଉ ଧୂଆଁ ଦେଖି ବଜାରକୁ ଆସିଥିବା ଗ୍ରାହକ ଭୟଭୀତ ହୋଇଯାଇଥିଲେ।