ଶିମିଳିପାଳରେ ନିଆଁ ଏସିଆ ପାଇଁ ଭଲ ସଙ୍କେତ ନୁହେଁ: କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ, ୩।୩: ହୁ ହୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ମନ୍ଦ ଉଦ୍ଦେଶ୍ୟ ରଖି କିଛି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏତେ ବଡ଼ ଅଞ୍ଚଳରେ ନିଆଁ ଲାଗିଛି ଯେ, ଏହାକୁ କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ହୋଇ ସାରିଲାଣି ।

ସେପଟେ ଶିମିଳିପାଳ ଜଙ୍ଗଲ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପ୍ରତି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି।
ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲ ସମେତ ବେତନଟୀ, ରାସଗୋବିନ୍ଦପୁର, ମୋରଡା ଆଦି ରେଞ୍ଜରେ ମାଡିଚାଲିଛି ନିଆଁ । ଯାହାଫଳରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ଥିବା ଗାଁ ଗୁଡିକ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନିଆଁ ଲାଗିବା କାରଣରୁ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

Share