Categories: ଜାତୀୟ

ଲାଲୁଙ୍କ ରୁମ୍‌ରେ ଲାଗିଲା ନିଆଁ

ରାଞ୍ଚି,୭।୬: ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍‌ରେ ନିଆଁ ଲାଗିଯାଇଛି। ଲାଲୁ ଝାଡଖଣ୍ଡର ପାଲାମୁ ସ୍ଥିତ ସର୍କିଟ ହାଉସର ଏକ ରୁମ୍‌ରେ ଥିଲେ। ଅଗ୍ନିକାଣ୍ଡ ହେତୁ କାହାରି କିଛି କ୍ଷତି ହୋଇ ନାହିଁ। କୁହାଯାଉଛି ଯେ ନିଆଁ ଲାଗିବା ପରେ ଲାଲୁ ଡାଇନିଂ ହଲରେ ଖବରକାଗଜ ପଢୁଥିଲେ। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ବିଦ୍ୟୁତ ସଂଯୋଗ କଟାଯାଇ ଲାଲୁ ଯାଦବଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ବିଷୟରେ ସୂଚନା ପାଇବା ପରେ ଲାଲୁଙ୍କ ସ୍ତ୍ରୀ ରାବ୍ରି ଦେବୀ ତାଙ୍କ ଅବସ୍ଥା ବିଷୟରେ ଫୋନ୍‌ରେ ପଚାରିଥିଲେ।
ନିର୍ବାାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ହାଜର ହେବା ପାଇଁ ଲାଲୁ ପ୍ରସାଦ ଯାଦବ ପାଲାମୁରେ ପହଞ୍ଚିଛନ୍ତି। ସେ ଜୁନ ୮ରେ ପାଲାମୁ କୋର୍ଟରେ ହାଜର ହେବେ।

Share