Categories: ଜାତୀୟ

ମୁଣ୍ଡ୍‌କା ପରେ ଏବେ ନରେଲାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୫: ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀ ମୁଣ୍ଡ୍‌କାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ୍‌କା ପରେ ଏବେ ନରେଲା ସ୍ଥିତ ଏକ ଚପଲ ଫ୍ୟାକ୍ଟ୍ରିରେ ସୋମବାର ରାତି ସାଢ଼େ ୮ଟାରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁକୁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଚଳାଇଛନ୍ତି। ଅନ୍ୟପଟେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ।

Share