Categories: ଜାତୀୟ

କୋଭିଡ୍‌ ୱାର୍ଡରେ ଲାଗିଲା ନିଆଁ

ପଶ୍ଚିମବଙ୍ଗ,୨୯।୧: ପଶ୍ଚିମବଙ୍ଗର ବର୍ଡୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ଶନିବାର  ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ରୋଗୀ ଜଣଙ୍କ ପୂର୍ବ ବର୍ଡୱାନ ଜିଲାର ବାସିନ୍ଦା ସନ୍ଧ୍ୟା ରୟ ସନ୍ଧ୍ୟା ରୟ ବୋଲି ଜଣାପଡିଛି।

ହସ୍ପିଟାଲର ସୂତ୍ରରୁ ପ୍ରକାଶ ଯେ, ଶନିବାର ସକାଳେ ଡାକ୍ତରଖାନାର ରାଧାରାଣୀ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଥମେ ରୋଗୀଙ୍କ ସମ୍ପର୍କୀୟମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଗୋଟିଏ ଅଗ୍ନି ଟେଣ୍ଡର ଡକାଯାଇଥିଲା। ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ କୋଭିଡ୍‌ ୱାର୍ଡରେ କିଭଳି ନିଆଁ ଲାଗିଲା ଏହାର କାରଣ ଜାଣିବା ପାଇଁ ଏକ ପାଞ୍ଚ ଜଣିଆ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏକ ଫୋରେନସିକ ଯାଞ୍ଚ ମଧ୍ୟ କରାଯିବ ବୋଲି ବର୍ଡୱାନ ମେଡିକାଲ କଲେଜ ହସ୍ପିିଟାଲର ପ୍ରିନ୍ସପାଲ ପ୍ରବୀର ସେନଗୁପ୍ତା କହିଛନ୍ତି।

 

 

 

Share