Advertisement

ଗଞ୍ଜାମ ସିମା ଗାଜଲବାଡି ଘାଟିରେ ଲାଗିଲା ନିଆଁ, ବନବିଭାଗ ନାକେଦମ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲା ସୋରଡ଼ା ବନାଞ୍ଚଳ ଗାଜଲବାଡି ଘାଟିରେ ନିଆଁ ଲାଗି ଜଙ୍ଗଲ ପୋଡି ନଷ୍ଟ ହୋଇଛି । ବନବିଭାଗ ଗାଜଲବାଡି ସେକ୍ସନର କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସୋରଡ଼ା, ଗାଜଲବାଡି ଘାଟି ଦେଇ ଦାରିଙ୍ଗବାଡି, ବାଲିଗୁଡା, ଭବାନୀପାଟଣା ଆଦି ଅଞ୍ଚଳକୁ ଦୈନିକ ଛୋଟ ବଡ଼ ଗାଡି ଯାତାୟାତ କରୁଛନ୍ତି । ଦୈନିକ ଦାରିଙ୍ଗବାଡିକୁ ମଧ୍ୟ ପର୍ଯ୍ୟଟକ ଉକ୍ତ ଘାଟି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଘାଟିର ଲମ୍ବା ପ୍ରାୟ ୧୫ କିମି ହୋଇଥିବାବେଳେ ଘଞ୍ଚ ଜଙ୍ଗଲ ରହିଛି । ସେହି ଜଙ୍ଗଲରେ ପ୍ରାଣୀସମ୍ପଦ ରହିଥିବା ବେଳେ ଜଙ୍ଗଲାହାତୀଙ୍କ ଚଳ ପ୍ରଚଳ ମଧ୍ୟ ରହିଥିବା ନଜିର ରହିଛି । ତେବେ କିଛି ଦୃର୍ବୁତ୍ତ ଜଙ୍ଗଲକୁ ମନ୍ଦ ଉଦ୍ଦେଶ୍ୟରେ ନିଆଁ ଲଗାଇଦେଇଥାଇପାରନ୍ତି ବୋଲି ବନବିଭାଗ ଆଶଙ୍କା କରିଛି। ଦୈନିକ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ବଡ଼ ଜଙ୍ଗଲ ହୋଇଥିବାରୁ ବନ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତା ଠାରୁ କମ କର୍ମଚାରୀ ରହିଥିବାରୁ ସମ୍ପୂର୍ଣ୍ଣ ଜଙ୍ଗଲକୁ ପାଟ୍ରୋଲିଂ କରିବାରେ ବନ ବିଭାଗ ବିଫଳ ବୋଲି କୁହାଯାଉଛି । ସେପଟେ ରାଜପଥ କଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାରୁ ରାଜପଥ ଉପରେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହେଉଛନ୍ତି । ସେପଟେ ଜଙ୍ଗଲରେ ନିଆଁ ଲାଗିଥିବାରୁ ଘାଟିରେ ଗରମ ବୃଦ୍ଧି ପାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share