Categories: ଜାତୀୟ

କୋଲକାତା ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତା,୧୪।୬: କୋଲକାତା ବିମାନବନ୍ଦରର ବୁଧବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିିଛି। ବିମାନବନ୍ଦରର ସୁରକ୍ଷା ଯାଞ୍ଚ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିମାନବନ୍ଦର ଧୂଆଁମୟ ହୋଇଯିବାରୁ ଯାତ୍ରୀଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ଏପରିକି ନିଆଁ ଲିଭାଇବା ପାଇଁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

Share