Categories: ଜାତୀୟ

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ ବିଭାଗର ୧୨ ଗାଡି ନିଆଁ ଲିଭା କାମରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ ବହୁ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭିଷଣ ନିଆଁ ଯୋଗୁ କିଛି ଘର ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି । ଏହାସହ ଅଗ୍ନୀକାଣ୍ଡ ସମୟରେ ୩-୪ଟି ଗ୍ୟାସ ସିଲିଣ୍ଡର ଫାଟି ଯାଇଥିବା ଜଣାପଡିଛି ।

Share