Categories: ଜାତୀୟ

ସିବିଆଇ ମୁଖ୍ୟ କାର୍ଯ୍ୟାଳୟର ବେସମେଣ୍ଟରେ ନିଆଁ: ସମସ୍ତ କର୍ମଚାରୀ ସୁରକ୍ଷିତ

ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀର ଲୋଧିରୋଡ ଅଞ୍ଚଳର ସିଜିଓ କମ୍ପେ୍ଲକ୍ସରେ ଥିବା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ସିବିଆଇ)ବିଲଡିଂରେ ଶୁକ୍ରବାର ନିଆଁ ଲାଗିଯାଇଥିଲା । ବିଲଡିଂର ବେସମେଣ୍ଟରେ ଏହି ନିଆଁ ଲାଗିବା ପରେ ଦିନ ପ୍ରାୟ ୧ଟାରେ ଦମକଳ ବାହିନି ଖବର ପାଇ ସେଠାରେ ୮ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡିଥିଲେ । ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ତେବେ ନିଆଁ ଲାଗିବା ବେଳେ ସେଠାରେ ଥିବା ସମସ୍ତ କର୍ମଚାରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଗତବର୍ଷ ବି ଏଠାରେ ନିଆଁ ଲାଗିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିବାରୁ ଏଠାରେ ବାରମ୍ବାର ନିଆଁ ଲାଗିବା ଫଳରେ ଚିନ୍ତା ବଢିଯାଉଛି ।

Share