କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ

ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ ୧୭ ଦମକଳକର୍ମୀ ନିଖୋଜ ଥିବା କୁହାଯାଉଛି । ବଜ୍ରପାତ ହେବା ପରେ ତେଲ ଡିପୋରେ ଅତିକମରେ ୪ଥର ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି କି ଦମକଳକର୍ମୀ ଓ ଅନ୍ୟ ବିଶେଷଜ୍ଞ ମତଂଜସ ସୁପରଟ୍ୟାଙ୍କର ବେସରେ ନିଆଁ ଲିଭାଇବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିଛନ୍ତି । ଶୁକ୍ରବାର ଆସିଥିବା ଝଡବର୍ଷା କାରଣରୁ ଏଭଳି ଦୁର୍ଘଟଣା ହୋଇଛି । ସରକାର କହିଛନ୍ତି ତୈଳ କ୍ଷେତ୍ରରେ ଅଭିଜ୍ଞତା ଥିବା ମିତ୍ର ଦେଶର ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ସହାୟତା ଲୋଡା ଯାଇଛି । ଏହାପରେ ମେକ୍ସିକୋ ଓ ଭେନେଜୁଏଲା ନିଆଁ ଲିଭାଇବାରେ ସାହାଯ୍ୟ କରିଥିବା ବେଳେ ଆମେରିକା ଟେକନିକାଲ ଉପଦେଶ ଦେଇଛି ।

Share