Categories: ଜାତୀୟ

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍‌ ହୋଇ ଜଳୁଛି ବଗି

ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍‌ର ୩ ବଗି ହୁତହୁତ୍‌ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

Share