Advertisement

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଲାଗିଲା ନିଆଁ, ଜଳିଗଲା ୧୦୦୦ରୁ ଅଧିକ ଆଶ୍ରୟସ୍ଥଳୀ

ଢାକା,୭ା୧: ବାଂଲାଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆଶ୍ରୟ ନେଇଥିବା ଶିବିରରେ ନିଆଁ ଲାଗିଯାଇଛି। ଫଳରେ ଏହି ଅଗ୍ନିକାଣ୍ଡରେ ୧୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଯାଇଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି। ଏନେଇ ରବିବାର ଅଗ୍ନିଶମ ଅଧିକାରୀ ଏବଂ ମିଳିତ ଜାତିସଂଘ ଏହି ସୂଚନା ଦେଇଛନ୍ତି।

ଉଖିଆ ଅଗ୍ନିଶମ କେନ୍ଦ୍ରର ମୁଖ୍ୟ ଶଫିକୁଲ ଇସଲାମ କହିଛନ୍ତି, ଶନିବାର ବିଳମ୍ବିତ ରାତିରେ ଉଖିଆର କୁଟୁପାଲଙ୍ଗ କ୍ୟାମ୍ପରେ ଏହି ଅଗ୍ନିକାଣ୍ଡ ଘଟି ପ୍ରବଳ ପବନ ହେତୁ ଦ୍ରୁତ ଗତିରେ ନିଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ସେ କହିଛନ୍ତି, କୌଣସି ମୃତାହତଙ୍କ ସମ୍ପର୍କରେ ସୂଚନା ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share