ମେକ୍ସିକୋର ପେମେକ୍ସ ତୈଳ କମ୍ପାନୀରେ ଅଗ୍ନିକାଣ୍ଡ

ମେକ୍ସିକୋ,୮।୭: ମେକ୍ସିକୋର ତୈଳ କମ୍ପାନୀ ପେମେକ୍ସ ଦ୍ୱାରା ପରିଚାଳିତ ଏକ ଅଫଶୋର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଜଣେ ନିଖୋଜ ହେବା ସହ ୬ଜଣ ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡରେ ତୈଳ ଉତ୍ପାଦନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ବୋଲି କମ୍ପାନୀ ସୂଚନା ଦେଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପେମେକ୍ସ ପାଇପଲାଇନରେ ନିଆଁ ଲାଗିଛି। ଏହି ପ୍ଲାଟଫର୍ମ କମ୍ପାନୀର କ୍ୟାଣ୍ଟ୍ରେଲ ଫିଲ୍ଡରେ କାର୍ଯ୍ୟ କରେ, ଯାହା ବିଶ୍ୱର ସର୍ବୋଚ୍ଚ ଉତ୍ପାଦକମାନଙ୍କ ମଧ୍ୟରୁ ଅନ୍ୟତମ।

Share